ସଡ଼କ ଦୁର୍ଘଟଣାରେ ପୂର୍ବତନ ବିଧାୟଙ୍କ ପରଲୋକ
ଭୁବନେଶ୍ୱର : ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି । ସକାଳେ ଅନ୍ୟ ଜଣେ ବ୍ୟକ୍ତି ଅନନ୍ତ ମହାନ୍ତିଙ୍କ ସହିତ ବାଇକ୍ ଯୋଗେ ଭୁବନେଶ୍ୱରରୁ ଯାଜପୁର ଅଭିମୁଖେ ଯାଉଥିବା ବେଳେ କୁଆଖିଆ-ଯାଜପୁର ରାସ୍ତାର ଖରସ୍ରୋତା ପୋଲ ଉପରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ ଉଭୟଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅର୍ଜୁନଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସହଯାତ୍ରୀ ଜଣକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହୋଇଛନ୍ତି। ଗତ ସପ୍ତାହରେ ସେ ବିଆରଏସ ଦଳରେ ଯୋଗ ଦେଇଥିଲେ ।
Powered by Froala Editor