ନବ ଦାସ ହତ୍ୟା ତଦନ୍ତକୁ ନେଇ ପୁଣି ବର୍ଷିଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଏବେ ବିରୋଧୀ ଉଭୟ ପୁଲିସ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବ ଦାସ ହତ୍ୟା ତଦନ୍ତକୁ ନେଇ ପୁଣି ବର୍ଷିଛନ୍ତି । ଓଡ଼ିଶା ପୁଲିସ ଆଈ ମା’ କହାଣୀ ଶୁଣାଉଥିବା ଜୟନାରାୟଣ କହିଛନ୍ତି । ପୁଲିସ ଦୈନିକ ନୂଆ ନୂଆ କାହାଣୀ ଶୁଣାଉଥିବାବେଳେ ଆଉ ଏଭଳି କାହାଣୀ ନଶୁଣାଇବାକୁ ସେ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ଓଡ଼ିଶା ପୁଲିସ ନାମରେ ଅଭିଯୋଗ ଅଛି, ସିବିଆଇ ତଦନ୍ତ କରିବା ଦରକାର । ଆଉ ବିଳମ୍ବ ନକରି ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ । ଏହାଛଡ଼ା ଏ ପ୍ରସଙ୍ଗ ବିଧାନସଭାରେ ସେ ଉଠାଇବେ ବୋଲି କହିଛନ୍ତି । ଓଡ଼ିଶାରେ ଆଇନଶୃଙ୍ଖଳା ଆଉ ନାହିଁ । ପୂରା ଧ୍ୱଂସ ପାଇଗଲାଣି । ପୁଲିସକୁ ଏଠାରେ ଦଳୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଜୟନାରାୟଣ କହିଛନ୍ତି ।
Powered by Froala Editor