ଚିନି ବଦଳରେ ଚାହାରେ ମିଶାନ୍ତୁ ଏହା, କମିବ ଓଜନ

ମଣିଷ ଭୁଲି ଗଲାଣି ଫିଟ ରହିବା । ବ୍ୟସ୍ତ ବହୁଳ ଜୀବନଶୈଳୀ ଆମକୁ ଦିନକୁ ଦିନ ଅଳସୁଆ କରିବାରେ ଲାଗିଛି । ଏହି କାରଣରୁ ଲୋକେ ମେଦବହୁଳତାର ଶୀକାର ହେଉଛନ୍ତି । ବଦଳୁଥିବା ଲାଇଫ ଷ୍ଟାଇଲ ସହିତ ଲୋକଙ୍କ ମଧ୍ୟରେ ମୋଟାପଣ, ହାଇ ବ୍ଲଡ ପ୍ରେସର, ଡାଇବେଟିସ ଆଦି ଅସୁବିଧା ବଢ଼ିବାରେ ଲାଗୁଛି । ତେଣୁ ହେଲ୍ଥ ଏକ୍ସପର୍ଟ ଏବେ କମ ଚିନି ଖାଇବା ପାଇଁ ଉପଦେଶ ଦେଉଛନ୍ତି । ବିନା ଚା’ରେ ଲୋକଙ୍କ ଦିନ ଆରମ୍ଭ ହୁଏନି । ତେବେ ଚିନି ବାଲା ଚା’ କେବଳ ସୁଗାର ଲେବଲ ବଢ଼ାଇ ନଥାଏ ଓଜନ ମଧ୍ୟ ବଢ଼ାଇଥାଏ । ଯଦି ଆପଣ ଡାଏଟିଂ କରୁଛନ୍ତି ଆଉ ଆପଣଙ୍କ ଚା’ରେ ମିଠା କମାଇବା ପାଇଁ ଚାହୁଁନଥାନ୍ତି, ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । ଯାହାଦ୍ୱାରା ଆପଣ ମିଠା ଚା’ ପିଇବା ସହ ଆପଣଙ୍କ ଓଜନ ମଧ୍ୟ କମ କରି ପାରିବେ ।
ଚା’ରେ ମହୁ ବ୍ୟବହାର କରନ୍ତୁ : ଯଦି ଆପଣ ସକାଳ ଚା’କୁ ହେଲଦୀ ଓ ଟେଷ୍ଟୀ କରିବାକୁ ଚାହୁଁଛନ୍ତି, ତେବେ ଚିନି ଯାଗାରେ ମହୁ ବ୍ୟବହାର କରନ୍ତୁ । ତେବେ ମହୁ ମିଶାଇବା ବେଳେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ମହୁକୁ ଚା’ରେ କେବେ ଫୁଟାଇବେ ନାହିଁ । ପ୍ରଥମେ ଚା’କୁ ବିନା ଚିନିରେ ବନାଇ ନିଅନ୍ତୁ । ପରେ ଆପଣଙ୍କ ଅନୁଯାୟୀ ଏଥିରେ ମହୁ ମିଶାଇ ନିଅନ୍ତୁ ।
ଗୁଡ ମଧ୍ୟ ବ୍ୟବହାର କରିପାରିବେ : ଯଦି ଆପଣ ଶୀଘ୍ର େଓ୍ଵଟ ଲସ କରିବାକୁ ଚାହୁଁଛନ୍ତି,ତେବେ ଚା’ରେ ଚିନି ସ୍ଥାନରେ ଗୁଡ଼ ବ୍ୟବହାର କରନ୍ତୁ । ଗୁଡ଼ରେ ବହୁତ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ,ଯାହା େଓ୍ଵଟ ଲସ୍ ପ୍ରକ୍ରିୟାକୁ ବଢ଼ାଇ ଦେଇଥାଏ । ଗୁଡ଼ ଚା’ ବନାଇବା ସମୟରେ ଧ୍ୟାନ ଦେବେ ଯେପରି ଅଧିକ ଗୁଡ଼ ନ ମିଶାନ୍ତି । ଚା’ ଫୁଟିବା ପରେ ଉପରେ ହିଁ ଗୁଡ଼ ପକାନ୍ତୁ । ନାହିଁ ତ ଆପଣଙ୍କ ଚା’ ଫାଟି ଯାଇପାରେ ।
ଖଜୁରୀ ସିରପ ବ୍ୟବହାର କରନ୍ତୁ : ଖଜୁରୀ ସିରପ ଏକ ନାଚୁରାଲ ମିଠା । ଏହା ବହୁତ ମିଠା ହୋଇଥିବାରୁ ଏହାକୁ ବ୍ୟବହାର କଲାବେଳେ ମାତ୍ରା ପ୍ରତି ସତର୍କ ରୁହନ୍ତୁ। ଏହା ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ
Powered by Froala Editor