ବିନା ହୋମ ଡେଲିଭରିରେ ଶହ ଶହ ଟଙ୍କା ଚାର୍ଜ ନେଉଛନ୍ତି ଭୁବନେଶ୍ୱର ମଦ ଦୋକାନୀ

ଭୁବନେଶ୍ୱର: ଅନଲାଇନରେ ମଦ ମିଳିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଆଉ ଯେଉଁ ସଂସ୍ଥା ହୋମ ଡେଲିଭରି କରିବ ସେଥିପାଇଁ ଅଲଗା ଚାର୍ଜ ମଧ୍ୟ ଲାଗି ବୋଲି ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କଲା । ହେଲେ ବିନା ହୋମ ଡେଲିଭରିରେ ଶହ ଶହ ଟଙ୍କା ଚାର୍ଜ ନେଉଛନ୍ତି ଭୁବନେଶ୍ୱର ମଦ ଦୋକାନୀମାନେ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖା ଦେଇଛି । ଜୋମାଟୋ ଓ ସ୍ୱିଗୀ ଭଳି କିଛି ଡେଲିଭରି ସଂସ୍ଥା ଜରିଆରେ ଗ୍ରାହକ ମଦ ଅର୍ଡର କରିପାରିବେ ବୋଲି ଅବକାରୀ ବିଭାଗ ନିଷ୍ପତ୍ତି ନେଇଥିଲେ । କିଏ କେଉଁଠି ମଦ ଡେଲିଭରି କରିବ ତାର ତାଲିକା ମଧ୍ୟ ଦେଇଥିଲା ବିଭାଗ । ଡେଲିଭରୀ ଚାର୍ଜ କେତେ ଦେବାକୁ ହେବ ତାହା ଧାର୍ଯ୍ୟ କରାଗଲା । ହେଲେ ଭୁବନେଶ୍ୱର ମଦ ଦୋକାନୀମାନେ ଅଫଲାଇନରେ ମଦ ବିକି୍ର କରି ଗ୍ରାହକଙ୍କ ଠାରୁ ଡେଲିଭରି ଚାର୍ଜ ନେଉଛନ୍ତି । ଅନଲାଇନ ଅପେକ୍ଷା ଅଫଲାଇନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।
Powered by Froala Editor