ଜିନ୍ସ ପିନ୍ଧି କୋର୍ଟ ଆସିଥିଲେ ଓକିଲ, ବାହାର କରିଦେଲେ ବିଚାରପତି

ଜିନ୍ସ ପିନ୍ଧି କୋର୍ଟ ରୁମ୍କୁ ଚାଲି ଆସିଥିଲେ ଓକିଲ । ଆଉ ରାଗରେ ତମତମ ହୋଇ ଉଠିଥିଲେ ବିଚାରପତି । ତୁରନ୍ତ ପୁଲିସ ଡକାଇ ତାଙ୍କୁ ବାହାର କରିଦେଇଥିଲେ । ଆସାମର ଗୌହାଟୀରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି।
ଖବର ଅନୁଯାୟୀ, ଗୌହାଟୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆବେଦନକାରୀଙ୍କ ଓକିଲ ବି.କେ ମହାଜନ ଜିନ୍ସ ପିନ୍ଧି କୋର୍ଟକୁ ଆସିଥିଲେ। ସେଥିପାଇଁ ତାଙ୍କୁ ହାଇକୋର୍ଟ ପରିସରରୁ ବାହାର କରିବା ପାଇଁ ପୁଲିସକୁ ଡ଼କାଇବାକୁ ପଡିଥିଲା । ଓକିଲଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ବିଜନ୍ ମହାଜନ।
ଗଣମାଧ୍ୟମ ଅନୁଯାୟୀ ମହାଜନଙ୍କୁ ଜିନ୍ସ ପିନ୍ଧି କୋର୍ଟ ପରିସରରେ ଅନେକ ଥର ଦେଖିବାକୁ ମିଳିଥିଲା । କିନ୍ତୁ ଜାନୁଆରୀ ୨୭ରେ ତାଙ୍କୁ କୋର୍ଟ ନୋଟିସ୍ କରି କୋର୍ଟ ପରିସରରୁ ବାହାରକୁ ପଠାଇଦେଇଥିଲେ। ସୂଚନା ଥାଉ କି ଯେ ନ୍ୟାୟିକ ବ୍ୟବସ୍ଥା ସହିତ ଜଡିତ ଲୋକଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ଅନୁସରଣ କରିବାକୁ ପଡିଥାଏ । ଓକିଲମାନଙ୍କର ଡ୍ରେସ୍ କୋଡ୍ ‘ଆଡଭୋକେଟ୍ ଆକ୍ଟ ୧୯୬୧’ ଅଧୀନରେ ଆସିଥାଏ, ଯାହା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିୟମ ଦ୍ୱାରା ପରିଚାଳିତ । ଯାହାର ବିରୁଦ୍ଧାଚରଣ କରିଥିଲେ ଓକିଲ ଜଣକ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
Powered by Froala Editor