ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ଗଣେଷୀ ଲାଲ
ଭୁବନେଶ୍ବର: ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଷୀ ଲାଲ ଏହାକୁ ନେତୃତ୍ୱ ନେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ଏହି ଭବ୍ୟ ସାମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଗାନ୍ଧିମାର୍ଗରେ ଆରମ୍ଭ ହୋଇଛି ଭବ୍ୟ ପରେଡ୍ । ଏଥିରେ ଭାଗ ନେଇଛନ୍ତି ୫୦ କଣ୍ଟିଜେଣ୍ଟ ।
ରାଜ୍ୟସ୍ତରୀୟ ପରେଡ୍ ଲାଗି ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗାନ୍ଧି ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା। ଏଥରର ପରେଡର ନେତୃତ୍ୱ ନେଇଥିଲେ କେସିଙ୍ଗାର SDPO ୟସ ପ୍ରତାପ ଶ୍ରୀମାଲ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଥିଲା।
ଏହାବ୍ୟତୀତ ବାଇକ୍ରେ ଡେୟାରଡେଭିଲ ଦୁଃସାହାସିକ କଳା ପ୍ରଦର୍ଶନ ସମେତ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯାଇଥିଲା । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
Powered by Froala Editor