ବଜାରକୁ ଆସିଛି ‘ଓରନାମେଣ୍ଟାଲ ସନ-ଗ୍ଲାସ’
ଆଖି ଭଳି ଅଙ୍ଗ ପାଇଁ ସେମିତି କିଛି ସ୍ୱତନ୍ତ୍ର ଗହଣା ନାହିଁ । ଆଖି ଷ୍ଟାଇଲ କହିବାକୁ ଗଲେ ଛୋଟରୁ ବଡ଼ ଆକାରର ସନ-ଗ୍ଲାସ ପିନ୍ଧିବା । ଏଥରକ ବଜାରକୁ ‘ଓରନାମେଣ୍ଟାଲ ସନ-ଗ୍ଲାସ’ ଆସିଛି । ଏଭଳି ଚଷମାରେ ରିଂ, ମେଟାଲ ଫୁଲ, ଆହୁରି ଭଳିକିଭଳି ଡିଜାଇନ ହୋଇ ଲାଗିଛି ଯାହାକୁ ପିନ୍ଧିଲେ ଖୁବ୍ ସୁନ୍ଦର ଲାଗିବେ । ପ୍ରଥମେ ଇଟାଲୀରେ ହଲିଉଡ଼ ତାରକାମାନେ ଏକ ଫେସନ ଶୋ’ ରେ ଏହି ଚଷମା ପିନ୍ଧିବା ପରେ ତାହାର ବିକ୍ରି ବଢ଼ିଥିଲା । ଓରନାମେଣ୍ଟାଲ ସନ-ଗ୍ଲାସର ଦାମ ୩ ହଜାର ଟଙ୍କାରୁ ଆରମ୍ଭ । ସବୁ ଅନ-ଲାଇନ ସାଇଟରେ ଏମିତି ଚଷମା ମିଳୁଛି ।
Powered by Froala Editor