ଏହି ବ୍ୟକ୍ତି ଜେଲରେ କାଟି ସାରିଲେଣି ୪୫ ବର୍ଷ
ଭୁବନେଶ୍ୱର : ଦିନେ ବି ଜେଲରେ କାଟିବାକୁ ଲୋକଙ୍କୁ ଭଲ ଲାଗେନି । ସେଥିପାଇଁ ଆଗୁଆ ଜାମିନ ନିମନ୍ତେ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ ଏମିତି ଜଣେ ଲୋକ ଅଛନ୍ତି, ସତେଯେମିତି ଜେଲ ତାଙ୍କ ପାଇଁ ଏକ ସଉକ । ଜୀବନର ୪୫ ବର୍ଷ ସେ ଜେଲରେ କାଟି ସାରିଲେଣି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଉପେନ୍ଦ୍ର ମହାନ୍ତି ।
୧୯୯୪ରେ ସେ ସୁପ୍ରିମକୋର୍ଟରେ ବୋମା ମାଡ଼ କରିଥିଲେ । ୨୦୦୦ରେ ବି ଅନୁରୂପ କାଣ୍ଡ ଭିଆଇଥିଲେ ଉପେନ୍ଦ୍ର । ସେଥିପାଇଁ ତିହାର ଜେଲରେ ତାଙ୍କୁ ୨୦ ବର୍ଷ ବନ୍ଦୀ ଜୀବନ କାଟିବାକୁ ପଡ଼ିଥିଲା । ତାଙ୍କର ଅପରାଧିକ କାଣ୍ଡ କଥା ଜାଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ । କାହିଁକିନା ସେ ହତ୍ୟା, ଧର୍ଷଣ ଭଳି ଅପରାଧ କରନ୍ତିନି । କେବଳ ପୋଲିସ ଓ କୋର୍ଟ ଉପରକୁ ବୋମାମାଡ଼ କରି ସେ ଜେଲ ଯାଇଛନ୍ତି । ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଜଣେ ପୁଲିସ ଅଫିସର ଓ ଜଣେ କୋର୍ଟ କର୍ମଚାରୀଙ୍କ ଉପରକୁ ମଧ୍ୟ ସେ ବୋମାମାଡ଼ କରିଥିଲେ । ଭୁବନେଶ୍ୱର ସିବିଆଇ କୋର୍ଟ ଉପରକୁ ବୋମାମାଡ଼ କରି ସେ ଏବେ ଝାରପଡ଼ା ଜେଲରେ ଅଛନ୍ତି । ନେତାଜୀଙ୍କର ସେ ଜଣେ ଦୃଢ଼ ସମର୍ଥକ । ସେଥିପାଇଁ ନେତାଜୀଙ୍କ ଜୟନ୍ତୀରେ ସେ ଜେଲରେ ଆଳୁଚପ ବାଂଟି ଚର୍ଚ୍ଚା ସୃଷ୍ଟି କରିଛନ୍ତି ।
Powered by Froala Editor