ଜଳିଗଲା ‘ଖଣ୍ଡାଧାର କୁଇନ୍’, କାରଣ ଅସ୍ପଷ୍ଟ
ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଛିଡା ହୋଇଥିବା ଖଣ୍ଡାଧାର ବସ୍ ହୁତୁହୁତୁ ହୋଇ ଜଳିଯାଇଛି । ବସ୍ ପୋଡୁଥିବା ଦେଖି ଭୟଭିତ ହୋଇଗଲେ ଯାତ୍ରୀ। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ସୂଚନା ଯୋଗ୍ୟ, ସକାଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ 'ଖଣ୍ଡାଧାର କୁଇନ' ନାମକ ବସ୍ ଛିଡା ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ବସ୍ଟି ହୁହୁ ହୋଇ ଜଳିଯାଇଥିଲା। ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭୟାବହ ଅଗ୍ନିକାଣ୍ଡ ବସ୍ଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।
Powered by Froala Editor