ମେ ଶେଷ ବେଳକୁ କମିପାରେ କରୋନା:ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ବି ବଢି ଚାଲିଛି । ତେବେ ମେ ମାସ ଶେଷ ବେଳକୁ କରୋନା ସଂକ୍ରମଣ କମିବ ବୋଲି ଆଶା ରଖିଛୁ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
କରୋନାର ଦ୍ୱିତୀୟ ଲହରକୁ ନେଇ ସେ କହିଛନ୍ତି ଯେ , ରାଜ୍ୟରେ ଟେଷ୍ଟିଂ ବଢିବାରୁ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ବଢିଛି । ଟେଷ୍ଟିଂ ଅନୁଯାୟୀ ପଜିଟିଭିଟି ରେଟ ଅଧିକ ନାହିଁ । ଗୁରୁତର ରୋଗୀ ମେଡିକାଲରେ ଥିବାରୁ ୫୦% ଭେଣ୍ଟିଲେଟର ଫିଲପ ଅଛି । ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତୁ୍ୟ ସଂଖ୍ୟା ବଢୁଛି । ମେ ମାସ ଶେଷ ବେଳକୁ କରୋନା ସଂକ୍ରମଣ କମିବ ବୋଲି ଆଶା ରଖିଛୁ । ଯେତେ ଶୀଘ୍ର ଟିକାକରଣ ସରିବ ସେହି ଅନୁପାତରେ ମୃତୁ୍ୟହାର କମିବ । ଆଜି କିମସ ହସ୍ପିଟାଲରେ ଆଇସୟୁ ବଢାଇବା ପ୍ରକି୍ରୟା ଆରମ୍ଭ ହୋଇଛି । ବ୍ଲକା ଫଙ୍ଗସ ଓ ହ୍ୱାଇଟ ଫଙ୍ଗସ ଆଗରୁ ଥିଲା, ଲୋକେ ଭୟଭୀତ ନହୁଅନ୍ତୁ । ଆମ ରାଜ୍ୟରେ ୧୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
Powered by Froala Editor