ଭାଲୁ ସଫାରୀ ଖୋଲିଲା, ଏବେ ସବୁ ସଫାରୀ ଦେଖିବେ ପର୍ଯ୍ୟଟକ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ପ୍ରାୟ ଦୁଇ ମାସ ହେବ ବନ୍ଦ ରହିଥିଲା । ଗତ ଶୁକ୍ରବାର ପ୍ରାଣୀ ଉଦ୍ୟାନର କର୍ମଚାରୀ ମାନେ ଭାଲୁ ସଫାରୀ ମଧ୍ୟରୁ ଜନ୍ମ ଦେଇଥିବା ଦେଶୀ ଭାଲୁ ‘ଲିଜା’ ଓ ତାର ଶାବକକୁ ଜଙ୍ଗଲ ମଧ୍ୟରୁ ଆଣି ତାର ଖୁଆଡ଼ ମଧ୍ୟରେ ଛାଡ଼ିଥିଲେ । ତେବେ ଶନିବାର ଠାରୁ ଭାଲୁ ସଫାରୀ ଖୋଲିଛି । ଏବେ ପର୍ଯ୍ୟଟକ ସବୁ ସଫାରୀ ଦେଖିବାର ସୁଯୋଗ ପାଇପାରିବେ । ସୂଚନା ଯୋଗ୍ୟ ପ୍ରାଣୀ ଉଦ୍ୟାନରେ ୪ଟି ସଫାରୀ (ଭାଲୁ, ବାଘ, ସିଂହ ଓ ତୃଣଭୋଜି) ସଫାରୀ ରହିଛି । ଏହି ସଫାରୀରେ ପର୍ଯ୍ୟଟକ ବୁଲିବା ପାଇଁ ଏସି ଓ ସାଧାରଣ ବସ ରହିଛି । ଏସି ବସରେ ବୁଲିବା ପାଇଁ ୯୦ଟଙ୍କା ଓ ସାଧାରଣ ବସରେ ବୁଲିବା ପାଇଁ ୬୦ ଟଙ୍କା ରହିଛି । କିନ୍ତୁ ଗତ ଦୁଇମାସ ଗୋଟିଏ ସଫାରୀ ବନ୍ଦ ରହିଥିବାରୁ ପର୍ଯ୍ୟଟକ ଏସି ବସରେ ୭୦ ଓ ସାଧାରଣ ବସ ପାଇଁ ୪୫ ଟଙ୍କା ଦେଉଥିଲେ ।
୨୭ ନଭେମ୍ବର ୨୦୨୨ରେ ଦେଶୀ ଭାଲୁ ‘ଲିଜା’ ଗୋଟିଏ ଶାବକ ଜନ୍ମ ଦେଇଥିଲା । ଲିଜା ଶାବକ ଜନ୍ମ ଦେବା ପରେ ଅôଦକ ହିଂସ୍ର ହୋଇପଡ଼ିଥିଲା । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଭାଲୁ ସଫାରୀକୁ ବନ୍ଦ ରଖିଥିଲେ । ଅନ୍ୟପକ୍ଷରେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ପର୍ଯ୍ୟଟକ ଦୁଇମାସ ଧରି ଭାଲୁ ସଫାରୀ ବୁଲିନପାରି ନିରଶ ହୋଇ ଫେରିଥିଲେ । ଭାଲୁ ‘ଲିଜା’ ୨ୟ ଥର ପ୍ରସବ କରିବାର ସମୟ ଓ ସମ୍ପର୍କରେ କତ୍ତୃପକ୍ଷଙ୍କୁ ଅବଗତ ନଥିବାରୁ ସେମାନେ ‘ଲିଜା’ କୁ ତାର ଖୁଆଡ଼ ମଧ୍ୟରେ ରଖିପାରିନଥିଲେ । ଯାହା ଫଳରେ ‘ଲିଜା’ ଜଙ୍ଗଲ ମଧ୍ୟରେ ଏକ ଗାତରେ ଶାବକ ଜନ୍ମ ଦେଇଥିଲା । ଲିଜା ପ୍ରଥମ ଥର ଶାବକ ଜନ୍ମ ଦେବାବେଳେ ମଧ୍ୟ ସେହିପରି ଭାଲୁ ସଫାରୀ ବନ୍ଦ ରହିଥିଲା ।
Powered by Froala Editor