ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କଲେ ପୀଡ଼ିତା
ବାରିପଦା : ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡ଼ିତା। ମୃତକ ହେଉଛନ୍ତି ମଙ୍ଗଲ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି।
ଖବର ଅନୁଯାୟୀ, ବାରିପଦା ସଦର ଥାନା ଗୁଞ୍ଜୁସାହି ଅଞ୍ଚଳର ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ଗତ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରିଥିଲେ। ଘଟଣାର ୭ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମଙ୍ଗଲ ମୁର୍ମୁର ମୃତଦେହ ଠାବ ହୋଇଛି।ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟା ଅଭିଯୋଗରେ ପୋଲିସ ପୀଡ଼ିତାଙ୍କୁ ଅଟକ ରଖିଛି।
Powered by Froala Editor