କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୪ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ଲକ୍ଷ
ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜେଜେଏମ ଯୋଜନାରେ ରାଜ୍ୟର ମାଲକାନାଗିରି ଜିଲ୍ଲାରେ ୪ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରକଳ୍ପ ଦ୍ୱାରା ୪ଟି ବ୍ଲକ ଅଧୀନରେ ଥିବା ୬୧ଟି ଗ୍ରାମପଂଚାୟତ ଅନ୍ତର୍ଗତ ୪୫୩ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩,୧୩,୬୨୦ଜଣ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଖଇରପୁଟ ବ୍ଲକ ଅଧୀନରେ ଥିବା ୯ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୮୭ଟି ଗ୍ରାମର ପ୍ରାୟ ୪୫ହଜାର ୯୭୫ଜଣ ଲୋକ, ମାଲକାନାଗିରି ବ୍ଲକ ଅଧୀନରେ ଥିବା ୧୫ ଗୋଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମର ପ୍ରାୟ ୭୬ହଜାର ୯୬୮ ଜଣ ଲୋକ, ମାଥିଲି ବ୍ଲକ ଅଧୀନରେ ଥିବା ୨୦ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୪୧ଟି ଗ୍ରାମର ପ୍ରାୟ ୯୪, ୬୫୩ଜଣ ଲୋକ ଓ କାଲିମେଳା ବ୍ଲକ ଅଧୀନରେ ଥିବା ୧୭ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୧୯ଟି ଗ୍ରାମର ପ୍ରାୟ ୯୬ହଜାର ୨୪ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଗୁଡିକ ଦ୍ୱାରା ଉପକୃତ ହୋଇପାରିବେ ।
Powered by Froala Editor