ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି : ଦୌଡ଼ି ଆସି ଆଲିଙ୍ଗନ କଲେ ବ୍ୟକ୍ତି
![ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି : ଦୌଡ଼ି ଆସି ଆଲିଙ୍ଗନ କଲେ ବ୍ୟକ୍ତି](https://odishanewslens.com/news_gallery/18996_1673977778.jpg)
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ ମଧ୍ୟ ମିଳିସାରିଛି। ଏଭଳି ପରିସ୍ଥିତିରେ ତାଙ୍କ ସୁରକ୍ଷା ଅନ୍ୟ ରାଜ୍ୟ ଅପେକ୍ଷାଠାରୁ ଅଧିକ କଡ଼ାକଡ଼ି ହେବା ଉଚିତ। କିନ୍ତୁ ପଞ୍ଜାବରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ପଞ୍ଜାବର ହୋଶିଆରପୁର ଗସ୍ତ ସମୟରେ ମାତ୍ର ୩୫ମିନିଟ୍ରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଦୁଇଟି ମାମଲା ସାମ୍ନାକୁ ଆସିଛି। ଉଭୟ ଘଟଣା ହୋଶିଆରପୁରରେ ଘଟିଛି। ପ୍ରଥମ ଘଟଣା ସକାଳ ୮ଟା ୫ରେ ଏବଂ ଦ୍ୱିତୀୟ ଘଟଣା ୩୫ମିନିଟ୍ ପରେ ଅର୍ଥାତ୍ ସକାଳ ୮ଟା ୪୦ରେ ହୋଇଥିଲା। ପ୍ରଥମ ଘଟଣାରେ ଜଣେ ଯୁବକ ରାହୁଲ ଗାନ୍ଧୀଙ୍କ ତିନି ସ୍ତରୀୟ ସୁରକ୍ଷା କର୍ଡନ ଭାଙ୍ଗିବାରେ ସଫଳ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ଚା' ବିରତି ପରେ ବସି ଗାଁର ଚାଷୀମାନେ ହଟ ଢ଼ାବା ଛାଡିବା ମାତ୍ରେ ଜଣେ ବ୍ୟକ୍ତି ଦୌଡ଼ି ଆସି ରାହୁଲଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ କର୍ମୀମାନେ ଟାଣି ଆଣିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହାପରେ ରାହୁଲଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
Powered by Froala Editor