ଦେଶର ୬୪% ଲୋକ ଠିକ୍ ଭାବେ ମାସ୍କ ପିନ୍ଧୁ ନାହାନ୍ତି
ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି । ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ କରୁଛି ଓ ନାକ ଖୋଲା ରହୁଛି । ୨୦ ପ୍ରତିଶତ ଲୋକ ଥୋଡ଼ିରେ ଓ ୨ ପ୍ରତିଶତ ବେଗରେ ମାସ୍କ ପିନ୍ଧୁଛନ୍ତି । ମାସ୍କ ପିନ୍ଧୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୪ ପ୍ରତିଶତ ଲୋକ ଠିକ ଭାବରେ ମାସ୍କ ପିନ୍ଧୁଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।
ସେପଟେ ୯ ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମାମଲା ଥିବାବେଳେ ୧୯ ରାଜ୍ୟରେ ୫୦ ହଜାରରୁ କମ ମାମଲା ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ୟୁପି, ହରିୟାଣା, ଗୁଜରାଟ, ଛତିଶଗଡ, ବିହାର, ଦିଲ୍ଲୀ ଓ ଝାଡ଼ଖଣ୍ଡରେ କମ ସଂକ୍ରମଣ ରହିଛି । ତେବେ ତାମିଲନାଡୁ, ମେଘାଳୟ, ତ୍ରିପୁରା ଓ ମଣିପୁରରେ କରୋନା ଗ୍ରାଫ ବଢିବାରେ ଲାଗିଛି । ନୂଆ ଗାଇଡଲାଇନ୍ ଅନୁସାରେ କରୋନାରେ ସୁସ୍ଥ ହେବାର ତିନି ମାସ ପରେ ଟିକା ନେବାକୁ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ଓଡ଼ିଶାରେ ଗତ ୧୩ରୁ ୧୯ ମେ ସପ୍ତାହରେ ପଜିଟିଭିଟି ହାର ୨୨.୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।
କିଛି ଦିନ ହେଲା ଦେଶରେ ନିୟମିତ ଭାବେ ସଂକ୍ରମଣ କମି ଚାଲିଛି , ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨.୭୬ ଲକ୍ଷ ନୂଆ ମାମଲା ଦେଖାଦେଇଛି । ତାହା ମଧ୍ୟରୁ ୭୭ ପ୍ରତିଶତ ମାମଲା ୧୦ଟି ରାଜ୍ୟରେ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି ।
Powered by Froala Editor