ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ରାସ୍ତାରୁ ଅଟକାଇଲା ପୁଲିସ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ କରାଯାଇଛି । ଆଜି ନବୀନ ନିବାସ ଘେରାଉ ପାଇଁ ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ମାନେ ଉଦ୍ୟମ କରିଛନ୍ତି । ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ରାସ୍ତାରୁ ଅଟକାଇଛି ପୁଲିସ । ଫଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।
ଧାନମଣ୍ଡିରେ ଅବ୍ୟବସ୍ଥା ଓ ଉପଯୁକ୍ତ ମୂଲ୍ୟ ସହ ଅନେକ ଦାବି ନେଇ କୃଷକ ମାନେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିବା ଜଣାପଡ଼ିଛି । ନବୀନ ନିବାସ ଆଗରେ କୃଷକ ମାନେ ଧାନ ଢାଳିବାକୁ ଉଦ୍ୟମ କରିଛନ୍ତି । ଫଳରେ ପୁଲିସ କର୍ମଚାରୀ ମାନେ କୃଷକ ମାନଙ୍କୁ ଉଠାଇ ନେଇଛନ୍ତି ।
Powered by Froala Editor