ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡ଼ା,: ରାୟଗଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କଠାରୁ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି ରାତିରେ ନଗଦ ୬ ଲକ୍ଷ ଟଙ୍କା ଧରି ନିଜ ବୁଲେଟରେ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ରାୟଗଡ଼ା ସହରର ଅରବିନ୍ଦ ନଗରରେ ଯାଞ୍ଚ କରିବା ସମୟରେ ତାଙ୍କଠୁ ନଗଦ ଟଙ୍କା ମିଳିଥିଲା । ଏହାପରେ ତାଙ୍କର ରାୟଗଡ଼ା ସହରରେ ଥିବା ଭଡ଼ାଘରେ ଯାଞ୍ଚ ହୋଇଛି ।
ସେହିଭଳି ନବରଙ୍ଗପୁର ସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ପାତ୍ରପଡ଼ାରେ ତାଙ୍କ ପତ୍ନୀ ରହୁଥିବା ଘରେ ମଧ୍ୟ ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜବତ ଟଙ୍କାର ହିସାବ ସେ ପ୍ରଦାନ ନକରିପାରିବାରୁ କିଶୋରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ । ବେଆଇନ ଭାବେ ଏହି ଟଙ୍କା ଆୟ କରିଥିଲେ କିଶୋର । ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ରାୟଗୁରୁ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।
Powered by Froala Editor