କୋଭିଡ ସଂକ୍ରମଣ ଭୟାବହ: ଜାପାନରେ ଦିନକରେ ୪୬୩ ମୃତ

ଟୋକିଓ: ଚୀନ୍ ପରେ ଜାପାନରେ କୋଭିଡ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି । ଦିନକରେ ୨ଲକ୍ଷ ୩୮ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୪୬୩ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ୨ ଲକ୍ଷ ୪୫ ହଜାର ସଂକ୍ରମିତ ମିଳିଥିଲା ବେଳେ ୪୫୬ ଜଣ ପ୍ରାଣ ହରାଇଥିଲେ । କେବଳ ରାଜଧାନୀ ଟୋକିଓରେ ଦିନକରେ ୨୦,୭୯୦ ସଂକ୍ରମିତ ମିଳିଛନ୍ତି । ଅଷ୍ଟ୍ରେଲିଆରେ ମଧ୍ୟ ସଂକ୍ରମଣ ଓ ମୃତ୍ୟୁ ମାମଲା ବଢ଼ିଚାଲିଛି । ଏକ ସପ୍ତାହ ଭିତରେ ଜାରା ନିବାସରେ ରହୁଥିବା ୧୦୦ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୭୩୮ ସଂକ୍ରମିତ ହୋଇଛନ୍ତି । ଚୀନ୍ରେ ସଂକ୍ରମଣ ବଢ଼ୁଥିବାରୁ ୧୭ଟି ଦେଶ ଏହାର ଯାତ୍ରୀଙ୍କ ଉପରେ କଟକଣା ଲଗାଇଛନ୍ତି । ଭାରତରେ ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୪ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସକ୍ରିୟ ମାମଲା ସଂଖ୍ୟା ୨,୫୦୯ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ୨୦୪ଜଣ ଆରୋଗ୍ୟଲାଭ କରିଛନ୍ତି ।
Powered by Froala Editor