ଧସିଲା ସାଳନ୍ଦୀ ନଦୀବନ୍ଧ, ଅଞ୍ଚଳବାସୀ ଆତଙ୍କିତ
ଭଦ୍ରକ: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଶୀତଳପୁର ଗାଁ ନିକଟରେ ପ୍ରାୟ ୪୦ ଫୁଟର ସାଳନ୍ଦୀ ନଦୀବନ୍ଧ ଧସି ଯାଇଛି । ନଦୀବନ୍ଧ ଧସିବା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ନଦୀ କୂଳରେ ଥିବା ବାବାଜୀ ପରିଦର୍ଶନ ଓ ପଦ୍ମଲୋଚନ ପରିଡ଼ାଙ୍କ ସମେତ ପାଞ୍ଚ ପରିବାରର ଭିଟାମାଟି ନଦୀ ଗର୍ଭକୁ ଚାଲିଯାଇଥିବାର ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ ସାଳନ୍ଦୀନଦୀ ତା’ର ଗତିପଥ ବଦଳାଇବାରୁ ଗାଁକୁ ସୁରକ୍ଷା ଦେଉଥିବା ନଦୀବନ୍ଧ କ୍ରମଃଶ ନଦୀରେ ଲିନ ହୋଇଯାଇଥିଲା । ତେଣୁ ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷା ଦେବା ଲାଗି ନଦୀ କଡ଼ରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଓ ପଥର ବଲା ଦେଇ ପ୍ୟାକିଂ କରାଯାଇଥିଲା । କିନ୍ତୁ, ଏହି ଅସ୍ଥାୟୀ ବନ୍ଧ ବନ୍ୟାରେ ଧୋଇଯିବାରୁ ଏବେ ପଥର ପ୍ୟାକିଂ କରାଯାଉଥିଲା । ନିମ୍ନମାନର କାମ ପାଇଁ ନଦୀବନ୍ଧ ଭାଙ୍ଗିଥିବା ଅଭିଯୋଗ ହେଉଛି ।
Powered by Froala Editor