ଦମ୍ ବିରିୟାନୀ ଖାଇ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ
ଦମ୍ ବିରିୟାନୀ ଖାଇବା ଯୋଗୁଁ ଜଣେ ୨୦ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି। ପୁଲିସ କହିବା ଅନୁସାରେ, କେରଳର କାସରଗୋଡ଼ ନିକଟ ପେରୁମ୍ବାଲାର ଅଞ୍ଜୁ ଶ୍ରୀପାର୍ବତୀ ଡିସେମ୍ବର ୩୧ ତାରିଖ ଦିନ କାସରଗୋଡ଼ର ଉଡୁମାସ୍ଥିତ ‘ରୋମାନ୍ସିଆ’ ନାମକ ରେସ୍ତୋରାଁରୁ ଅନ୍ଲାଇନ୍ରେ ‘କୁଜିମାନ୍ତି’ (ଦମ୍ ବିରିୟାନୀ) କିଣି ଖାଇଥିଲେ। ଏହି ବିରିୟାନୀ ଅଲଲାନ୍ରେ ଅର୍ଡ଼ର କରିଥିଲେ। ଏହାକୁ ଖାଇବା ପରେ ସେ ସେବେଠାରୁ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଫୋରେନସିକ ରିପୋର୍ଟ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।
ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ସେ କହିଛନ୍ତି, ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ‘ଫୁଡ୍ ସେଫ୍ଟି କମିସନର୍’ଙ୍କୁ ନିର୍ଦେଶ ଜାରି କରାଯାଇଛି। ଘଟଣା ଓ ଝିଅର ଚିକିତ୍ସା ଉପରେ ବି ଜିଲ୍ଲା ମେଡିକାଲ୍ ଅଧିକାରୀ ତଦନ୍ତ କରୁଛନ୍ତି।
Powered by Froala Editor