ଆତଙ୍କୀ ଆକ୍ରମଣରୁ ବଞ୍ଚାଇଦେଲା ମାଇକେଲ୍

କୁକୁର ଭୁକିବାରୁ ଜମ୍ମୁ ଓ କଶ୍ମୀର ରାଜୌରୀ ଅନ୍ତର୍ଗତ ଧାଙ୍ଗ୍ରି ପଡ଼ାରେ ଏକ ପରିବାର ଏବଂ ତାଙ୍କର ପଡ଼ୋଶୀମାନେ ଆତଙ୍କବାଦୀ ଆକ୍ରଅମଣରୁ ବର୍ତ୍ତିଯାଇଛନ୍ତି । ମାଇକେଲ୍ ନାମରେ ଉକ୍ତ ପୋଷା କୁକୁର ଭୁକାଭୁକି କରି ପରିବାର ଲୋକଙ୍କୁ ସତର୍କ କରାଇ ଦେବାରୁ ଆତଙ୍କବାଦୀମାନେ ଅଳ୍ପ କେତେ ରାଉଣ୍ଡ୍ ଗୁଳି ଚଳାଇ ଘଟଣା ସ୍ଥଳରୁ ଖସି ପଳାଇଥିଲେ।
ପରିବାରର ବୟୋଜ୍ୟେଷ୍ଠା ସଦସ୍ୟ ନିର୍ମଳା ଦେବୀ କହିଛନ୍ତି, ପୋଷା କୁକୁର ଭୁକିବା ବେଳେ ମୁଁ ଓ ମୋ ନାତୁଣୀ ରୋଷେଇ ଘରେ ଥିଲୁ। ନାତୁଣୀ କହିଲା କିଛି ବିପଦ ନ ଥିଲେ ମାଇକେଲ୍ ଏଡ଼େ ପାଟିରେ ଭୁକେ ନାହିଁ। ମୁଁ ମୁଖ୍ୟ ଫାଟକ ଆଡ଼କୁ ଯିବା ଆଗରୁ ସ୍ବାମୀ ଶୋଇଥିବା କୋଠରି ପାଖକୁ ଧାଇଁଯାଇ ବାହାରୁ କବାଟ ବନ୍ଦ କରିଦେଇ ମୁଖ୍ୟ ଫାଟକ ବନ୍ଦ କରିବାକୁ ବାହାରିଲି। କିନ୍ତୁ, ସେତେବେଳେକୁ ଆତଙ୍କବାଦୀମାନେ ଫାଟକ ଟପି ଘର ପରିସର ଭିତରକୁ ଚାଲି ଆସିଥିଲେ ।
ଆତଙ୍କବାଦୀମାନେ ମାଇକେଲ୍ ଉପରକୁ ଗୁଳି ଚଳାଇଲେ। କିନ୍ତୁ, ମାଇକେଲ୍ ଦେହରେ ଗୁଳି ବାଜିଲା ନାହିଁ। କୁକୁର ବନ୍ଧା ହୋଇଥିବା ଜାଗାରେ ଏବେ ମଧ୍ୟ ଗୁଳି ଚିହ୍ନ ରହିଛି। ତା’ପରେ ସେମାନେ ଘରେ ପ୍ରବେଶ କରି କାହାରିକୁ ନ ଦେଖି ଟେଲିଭିଜନ୍ ଉପରକୁ ଗୁଳି ଚଳାଇ ଖସି ପଳାଇଗଲେ। କୁକୁର ଭୁକା ଶୁଣି ପଡ଼ିଶାମାନେ ବି ସତର୍କ ହୋଇ ଆକ୍ରମଣ ଏଡ଼ାଇବାକୁ ଘର ଭିତରପଟୁ କବାଟ କୀଳି ଦେଇଥିଲେ ବୋଲି ସେ କହିଛନ୍ତି।
Powered by Froala Editor