ଆହୁରି ବଢ଼ିବ ଶୀତର ପ୍ରକୋପ
ଭୁବନେଶ୍ବର : ଆଜି ବି ଥରାଇବ ଶୀତ । ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରି ଯାଏ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିଯିବ । ଉତ୍ତରା ପବନ ଧୀରେଧୀରେ ସକ୍ରିୟ ହେଉଥିବାରୁ ରାଜ୍ୟକୁ ଥଣ୍ଡା ଓ ଶୁଷ୍କବାୟୁ ଅଧିକ ପ୍ରବାହିତ ହେବ । ପାଣିପାଗ କେନ୍ଦ୍ର ଏଭଳି ଆକଳନ କରିଛି । ତେଣୁ ଶୀତ ବଢିବା ସମ୍ଭାବନା ରହିଛି ।
ଶୁକ୍ରବାର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୧୨, କିରେଇରେ ୧୦.୨, ବାଲେଶ୍ୱରରେ ୧୦.୨, ଦେବଗଡରେ ୧୦.୬, ସୁନ୍ଦରଗଡରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆସନ୍ତକାଲିଠୁ ଶୀତ କମିବା ସମ୍ଭାବନା ରହିଛି । ସପ୍ତାହକ ପାଇଁ ଶୀତ ବଢିବା ଆଶଙ୍କା କମ୍ ବୋଲି ସୂଚନା ରହିଛି । ପାଗ ଖୁଖିଲା ଓ ଖରାଟିଆ ରହିବ । ହେଲେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବାୟୁରେ ଆର୍ଦ୍ରତା ବଢିବ ଓ କୁହୁଡି ପଡିବ ।
Powered by Froala Editor