ପୋଖରୀ ହୁଡ଼ାରେ ୪ ଫୁଟିଆ କୁମ୍ଭୀର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ରଘୁନାଥ ଦାସଙ୍କ ପୋଖରୀରୁ ୪ ଫୁଟିଆ କୁମ୍ଭୀର ଉଦ୍ଧାର। ପୋଖରୀ ହୁଡ଼ାରେ ଏକ କୁମ୍ଭୀର ଶୋଇଥିବା ଦେଖି ରଘୁନାଥଙ୍କ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ ଏ ସମ୍ପର୍କରେ ବନ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ବନ ବିଭଗର କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ଭିତରକନିକା ନଦୀରେ ଛାଡିଥିବା ଜଣାପଡିଛି।
କୁମ୍ଭୀରଟି ନଦୀ ନାଳ ଅତିକ୍ରମ କରି ପୋଖରୀ ପର୍ୟ୍ୟନ୍ତ କିପରି ପହଞ୍ଚିଲା ଜଣାପଡ଼ି ନାହିଁ। ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି।
Powered by Froala Editor