ଜାମୁ-କାଶ୍ମୀର ସହ ଥରିଲା ଉତ୍ତର ଭାରତ

ଜାମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଗୁରୁବାର ରାତି ପ୍ରାୟ ୭.୫୯ ମିନିଟ୍ରେ କଶ୍ମୀର ଉପତ୍ୟକାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।
ଦିଲ୍ଲୀରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆର ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇପଡିଥିଲେ । ସେହିପରି ତାଜିକିସ୍ତାନ ଏବଂ ଆଫଗାନିସ୍ତାନର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ପାକିସ୍ତାନର ଲାହୋର ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ଏହାପୂର୍ବରୁ ଜାନୁଆରୀ ପହିଲାରେ ବି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ।
Powered by Froala Editor