୧୦୦ ପିଲାଙ୍କ ବାପା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବ୍ୟକ୍ତି, ବର୍ତ୍ତମାନ ସୁଦ୍ଧା ଜନ୍ମ କଲେଣି ୬୦

ବର୍ତ୍ତମାନ ସମାଜରେ ଯାହା ଚଳଣି ହେଲାଣି ଗୋଟିଏ କିମ୍ବା ଦୁଇଟି ପିଲା ବି ବଡ କରିବା ବାପା ମା’ଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ପିଲାଙ୍କ ଖର୍ଚ୍ଚ, ପାଠପଢା ସବୁ ଯୋଗାଡ କରିବାରେ ନୟାନ୍ତ ହୋଇପଡୁଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ୬୦ ତମ ପିଲାର ବାପା ହୋଇଛନ୍ତି । ହଁ ଏ କଥା ସତ । ଏହି ବ୍ୟକ୍ତିଙ୍କ ନାମ ସର୍ଦ୍ଦାର ହାଜି ଜନ ମହମ୍ମଦ। ତାଙ୍କର ତିନିଜଣ ପତ୍ନୀ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ ହାଜି ଜନଙ୍କ ୫ ସନ୍ତାନଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ୫୫ ପିଲା ଜୀବନ୍ତ ଏବଂ ସୁସ୍ଥ ଅଛନ୍ତି।
ଜନ ମହମ୍ମଦ କହିଛନ୍ତି ଯେ ନୂଆ ବର୍ଷରେ ୬୦ତମ ପୁଅ ଜନ୍ମ ହୋଇଥିବାରୁ ସେ ବହୁତ ଖୁସି। ସେ ଶିଶୁର ନାମ ହାଜି ଖୁଶଲ ଖାନ ବୋଲି କହିଛନ୍ତି। ତିନି ପତ୍ନୀ ଏବଂ ପିଲାଙ୍କ ସହିତ ଗୋଟିଏ ଘରେ ରୁହନ୍ତି ୫୦ ବର୍ଷୀୟ ଜାନ ମହମ୍ମଦ। ବୃତ୍ତି ଅନୁଯାୟୀ ସେ ଜଣେ ଡାକ୍ତର ଏବଂ ତାଙ୍କର ନିଜର କ୍ଲିନିକ୍ ମଧ୍ୟ ଅଛି। ଜାନ ମହମ୍ମଦ ଏହା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଉଦ୍ଦେଶ୍ୟ ହେଉଛି ଶହେ ସନ୍ତାନର ପିତା ହେବା। ତାଙ୍କୁ ଅଧିକ ସନ୍ତାନ ଦେଇଥିବାରୁ ସେ ଆଲ୍ଲାଙ୍କୁ ଧନ୍ୟବାଦ ଦେଉଛନ୍ତି। ସେ ମଧ୍ୟ ଚତୁର୍ଥ ପତ୍ନୀ ଖୋଜୁଛନ୍ତି।
Powered by Froala Editor