ଯୁଗାନ୍ତକାରୀ ପଦକ୍ଷେପ; ଆରମ୍ଭ ହେଲା 5G ସେବା
ଭୁବନେଶ୍ୱର: ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଆଜି ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ 5G ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ପ୍ରାଥମିକ ପର୍ୟ୍ୟାୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେଲା 5G ସେବା । ଏଣିକି ୪G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଧିରେ ଧିରେ ଅନ୍ୟ ସହର ସହ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
କେବଳ ରିଲାଏନ୍ସ ଓ ଏୟାରରେଲ ତରଫରୁ ଓଡ଼ିଶାରେ 5G ସେବା ଯୋଗାଇ ଦେବାକୁ ଅନୁମତି ମିଳିଛି। ତେଣୁ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳରେ 5G ସେବା ଲାଗୁ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ । କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏହି ସେବାକୁ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
Powered by Froala Editor