ଆଜି ଜେରା ହେବେ ଖଗେଶ୍ୱର
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ବୁଧବାର ଝାରପଡ଼ା ଜେଲ୍ ଯାଇଥିଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଜେଲ୍ରେ ଅର୍ଚ୍ଚନାଙ୍କୁ ୭ ଘଣ୍ଟା ଜେରା କରାଯାଇଛି । ଏହି ସମୟରେ ଅର୍ଚ୍ଚନାଙ୍କ ଠାରୁ କିଛି ତଥ୍ୟ ମିଳିଥିବା ଜଣାପଡିଛି ।
ବୁଧବାର ସକାଳେ ୧୦ଟା ବେଳେ ଇଡିର ୪ ଜଣ ଅଧିକାରୀ ଜେଲ୍କୁ ଯାଇଥିଲେ । ଜେଲ୍ ପକ୍ଷରୁ ତାଙ୍କୁ ଏକ କୋଠରୀ ଦିଆଯାଇଥିଲା । ଓଲିଉଡ୍ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଲିଙ୍କ୍ ନେଇ ତାଙ୍କୁ କିଛି ପଚରା ଯାଇଥିଲା । ତା’ଛଡା ପୂର୍ବ କାହାଣୀ ଓ କମିଶନରେଟ୍ ପୁଲିସ୍ର ହସ୍ତାକ୍ଷର ବାବଦରେ ମଧ୍ୟ ତାଙ୍କୁ ପଚାରି କିଛି ତଥ୍ୟ ସଂଗ୍ରହ କରିଥିଲେ । ସନ୍ଧ୍ୟା ୫ଟା ବେଳେ ଇଡି ଅଧିକାରୀମାନେ ଜେଲ୍ରୁ ବାହାରିଥିଲେ। ଗୁରୁବାର ପୁଣି ଜେଲ୍ ଯିବେ ଏହି ଅଧିକାରୀମାନେ । ସେଠାରେ ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଜେରା କରିବେ ।
Powered by Froala Editor