ଆଜିଠୁ ଓଡିଶାରେ ୫ଜି ସେବା ଆରମ୍ଭ
ଭୁବନେଶ୍ୱର : ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ଗୁରୁବାର ଓଡିଶାରେ ୫ଜି ଟେଲକମ ସେବା ଆରମ୍ଭ ହେବ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ଜି ସେବାର ଶୁଭାରମ୍ଭ କରିବେ ।
ଓଡିଶାରେ ୫ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାିଛି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ଆଉ କିଛି ସହରର କିଛି ଅଂଚଳରେ ଏହା ୫ଜି ସେବା ଉପଳବ୍ଧ ହେବ । ଏହାକୁ କେବଳ ୫ଜି ମୋବାଇଲ ଥିବା ଉପଭୋକ୍ତା ବ୍ୟବହାର କରିପାରିବେ । ହେଲେ ୫ଜି ସେବା ଆରମ୍ଭ ହେଲେ କେଉଁ ସହରର କେତେ ଅଂଚଳରେ ଏହା ଉପଏବ୍ଧ ହେବ, ଉପଭୋକ୍ତାଙ୍କୁ କେତେ ସ୍ପିଡରେ ବ୍ରାଉଜିଂ ସୁବିଧା ମିଳିବ ସେନେଇ କୌଣସି ଟେଲିକମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇନାହିଁ ।
Powered by Froala Editor