ବିମାନରେ ଅଭାବନୀୟ ଘଟଣା : ନିଶାରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଅଭାବନୀୟ ଘଟଣା ଘଟିଛି । ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ଏବଂ ଏୟାର ଇଣ୍ଡିଆର ନିର୍ଦ୍ଦେଶାଳୟ ଏହି ପ୍ରସଙ୍ଗରେ ଗୁରୁତର ସହ ଗ୍ରହଣ କରିଛନ୍ତି। ଡିଜିସିଏ କହିଛି ଯେ ଆମେ ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ଘଟଣାଟି ଗତ ନଭେମ୍ବର ୨୬ତାରିଖରେ ହୋଇଥିବା ବେଳେ ବିମାନଟି ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲା । ସେହିସମୟରେ ଜଣେ ନିଶାସକ୍ତ ପାସେଞ୍ଜର ତାଙ୍କ ପାଖରେ ବସିଥିବା ମହିଳା କୋ ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଇଥିଲେ । ଯାହାକୁ ନେଇ ମହିଳା ଜଣଙ୍କ ନିଶାସକ୍ତ ଯାତ୍ରୀଙ୍କ ଏଭଳି ବ୍ୟବହାର ବିଷୟରେ କ୍ରୁ ମେମ୍ବରଙ୍କୁ ଜଣାଇଥିଲେ । ତେବେ କ୍ରୁ ମେମ୍ବର ମହିଳାଙ୍କୁ ଡ୍ରେସ୍ ଏବଂ ସ୍ଲିପର ଦେଇ ତାଙ୍କୁ ତାଙ୍କ ସିଟକୁ ଫେରିଯିବାକୁ କହିଥିଲେ । ଏମିତିକି ମହିଳାଜଣକ ତାଙ୍କୁ ଅଲଗା ସିଟ୍ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ କ୍ରୁ ମେମ୍ବର କିଛି ଶୁଣିନଥିଲେ । ଏହାସହିତ ମହିଳାଙ୍କ ଅଭିଯୋଗ ସତ୍ତ୍ବେ ମଧ୍ୟ ଅଭଦ୍ର ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ କର୍ତ୍ତୁପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଯେଉଁଥିରେ କ୍ଷୁବ୍ଧ ହୋଇ ସଂପୃକ୍ତ ମହିଳା ଜଣକ ଟାଟା ଗ୍ରୁପ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ । ବିମାନରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କୁ ନୋ ଫ୍ଲାଏ ଲିଷ୍ଟରେ ସାମିଲ କରିବାକୁ ଏୟାର ଇଣ୍ଡିୟା ପକ୍ଷରୁ ସୁପାରିସ କରାଯାଇଛି ।
Powered by Froala Editor