ଶ୍ୱାସ ସଂକ୍ରମଣ ଯୋଗୁ ହସ୍ପିଟାଲ୍ରେ ସୋନିଆ ଗାନ୍ଧୀ
ଶ୍ୱାସ ସଂକ୍ରମଣ ଯୋଗୁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବୁଧବାର ଗଙ୍ଗାରାମ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ସୋନିଆ ମଙ୍ଗଳବାରଠାରୁ ଅସୁସ୍ଥ ଅଛନ୍ତି, ସେଥିପାଇଁ ରାହୁଲ ଏବଂ ପ୍ରିୟଙ୍କା ମଙ୍ଗଳବାର ସାରେ ଉତ୍ତରପ୍ରଦେଶରେ ପ୍ରବେଶ କରିଥିବା ଭାରତ ଯୋଡ଼ୋ ଯାତ୍ରାରେ ସାତ କିଲୋମିଟର ଯାତ୍ରା କରି ଦିଲ୍ଲୀ ଫେରିଥିଲେ। ଜୁନ୍ ୧୨, ୨୦୨୨ରେ କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ସୋନିଆ ଗାନ୍ଧୀଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଜୁନ୍ ୧୮ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏବେ ପୁଣି ଥରେ ତାଙ୍କୁ ସେହି ଡାକ୍ତରଖାନାରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଛି।
Powered by Froala Editor