ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ
ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ । ଏହି ଅଧିକାରୀଜଣକ ଆଇଆରଟିସିରେ କାର୍ୟ୍ୟରତ ଅଧିକାରୀ ପି.କେ ଜେନା ବୋଲି ଜଣାଯାଇଛି। ସିବିଆଇ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି।
ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହେବା ପରେ ଆଜି ସକାଳୁ ତାଙ୍କ ଘରେ ପଶିଛି ସିବିଆଇ ଟିମ୍। ସିବିଆଇ ଟିମ୍ ଭୁବନେଶ୍ୱରର ୨ଟି ଜାଗା ସମେତ କଟକ ଓ ଜଗତସିଂହପୁରରେ ବି ଚଢ଼ାଉ କରିଛି। ଚଢ଼ାଉ ସମୟରେ ପି.କେ ଜେନାଙ୍କ ଘରୁ କିଛି କାଗଜପତ୍ର ଓ ନଗଦ ଟଙ୍କା, ବ୍ୟାଙ୍କ ଦସ୍ତାବିଜ, ପାସପୋର୍ଟ ଆଦ ଜବତ ହୋଇଥିବା ସୂଚନା ମିଳିଛି।
Powered by Froala Editor