କରୋନା ନେଲା ଆଉ ୨୫ ଜୀବନ

ଭୁବନେଶ୍ୱର : କରୋନା ରାଜ୍ୟରେ ଆଉ ୨୫ ଜଣଙ୍କ ଜୀବନ ନେଇଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୪୦୩ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବାଲେଶ୍ୱରରେ ୧, ବରଗଡରେ ୧, ବଲାଙ୍ଗୀରରେ ୧, ବୌଦ୍ଧରେ ୧, କଟକରେ ୧, ଢେଙ୍କାନାଳରେ ୧, ଗଞ୍ଜାମରେ ୨, କଳାହାଣ୍ଡିରେ ୪, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୪, ପୁରୀରେ ୧, ରାୟଗଡ଼ାରେ ୨ ଓ ସୁନ୍ଦରଗଡ଼ରେ ୨ ଜଣ କରୋନାରେ ମୃତୁ୍ୟବରଣ କରିଛନ୍ତି ।
ଅପରପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୪୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏଯାବତ ୬ ଲକ୍ଷ ୫୫ ହଜାର ୮୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଲକ୍ଷ ୪୬ ହଜାର ୬୩୧ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୧ ଲକ୍ଷ ୬ ହଜାର ୮୧୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।
Powered by Froala Editor