ସିନେମା ହଲ ମାଲିକଙ୍କ ଇଚ୍ଛାରେ ଚାଲିବ : ସୁପ୍ରିମକୋର୍ଟ
ସିନେମା ହଲରେ ବାହାର ଖାଦ୍ୟକୁ ବାରଣ ପ୍ରତିବାଦରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଶୁଣାଣି ବେଳେ ସୁପ୍ରିମ କୋର୍ଟ କହିଛନ୍ତି ଯେ, ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି। ତେଣୁ ହଲ ଭିତରେ ଯାହା କିଛି ନିୟମକାନୁନ ଜାରି ହେବା ଏହା ସେମାନଙ୍କର ଇଚ୍ଛାଧୀନ ।
ସିନେମା ହଲ୍ ଏକ ଜିମ୍ ନୁହେଁ ଯେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ । ଜମ୍ମୁକଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହା ସହ ସୁପ୍ରିମକୋର୍ଟ ଜମ୍ମୁକଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି।
ଏହି ନିର୍ଦ୍ଦେଶରେ ହାଇକୋର୍ଟ ସିନେମା ହଲକୁ ବାହାରୁ ଖାଦ୍ୟ ଓ ପାନୀୟ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆଦେଶକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ ଏହାର ଅଧିକାରକୁ ଉଲ୍ଲଂଘନ କରିଛନ୍ତି।
ଜମ୍ମୁକଶ୍ମୀର ସିନେମା ହଲ୍ ମାଲିକ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଥିଲା। ଏହି ମାମଲା ଜମ୍ମୁକଶ୍ମୀରର ଏକ ସିନେମା ହଲରେ ବାହାରୁ ଆଣିଥିବା ଖାଦ୍ୟ ଉପରେ ନିଷେଧାଦେଶ ସହ ଜଡିତ ଥିଲା। ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି।
Powered by Froala Editor