ନୂଆବର୍ଷରେ ରେକର୍ଡ : ୧୫ ଟନ୍ ବିରିୟାନୀ ଖାଇଗଲେ ଲୋକେ

୨ ବର୍ଷର କୋଭିଡ କଟକଣା ଉଠିବା ପରେ ୨୦୨୩ ନୂଆବର୍ଷକୁ ଧୁମଧାମରେ ପାଳନ କରିଛନ୍ତି ଲୋକମାନେ । ଖାଦ୍ୟପେୟ, ନାଚଗୀତରେ କମ୍ପିଥିଲା ସାରା ଦେଶ । ହେଲେ , ଭିତରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ନୂଆବର୍ଷରେ ଜୋମାଟରୁ ରେକର୍ଡ ସଂଖ୍ୟକ ବିରିୟାନୀ ଅର୍ଡର ହୋଇଛି ବୋଲି ଜୋମାଟୋର ସିଇଓ ଦୀପେନ୍ଦ୍ରର ଗୋୟଲ କହିଛନ୍ତି ।
୨୦୨୨ର ଶେଷ ଦିନରେ ଜୋମାଟୋରୁ କେବଳ ୧୬ ହଜାର ୫୧୪ଟି ବିରିୟାନୀର ଅର୍ଡର ହୋଇଛି । ଯାହାର ଓଜନ ପାଖାପାଖି ୧୫ ଟନ୍ ହେବ ଅର୍ଥାତ୍ ଏକ ଟ୍ରକ ଓଜନ ସହିତ ସମାନ ହେବ । ସେହିପରି ସ୍ୱିଗିରୁ ଲୋକେ ସର୍ବାଧିକ ୩.୫ ଲକ୍ଷ ବିରିୟାନୀ ଏବଂ ୨.୫ ଲକ୍ଷ ପିଜ୍ଜା ଅର୍ଡର କରିଥିଲେ । ତେବେ ସବୁଠୁ ଅଧିକ ମଗାଯାଇଥିବା ଖାଦ୍ୟରେ ବିରିୟାନୀ ଟପରେ ଅର୍ଡର ହୋଇଥିଲା ।
Powered by Froala Editor