ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ
ଆସନ୍ତା ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ୧ରେ ଆସିପାରେ ବଜେଟ । ଏହି ଅଧିବେଶନ ଆସନ୍ତା ଏପ୍ରିଲ ୬ ଯାଏ ଚାଲିବା ସମ୍ଭାବନା ରହିଛି । ପ୍ରଥମ ଦିନ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦର ମିଳିତ ଅଧିବେଶନରେ ପ୍ରଥମ ଥର ଲାଗି ଉଦବୋଧନ ଦେବେ ରାଷ୍ଟ୍ରପତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ । ଏହାର ଦିନକ ପରେ ଅର୍ଥାତ୍ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ମୋଦୀ ସରକାରଙ୍କ ୨ୟ କାର୍ଯ୍ୟକାଳରେ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । କାରଣ ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ତା ପୂର୍ବରୁ ସେହିବର୍ଷ ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ଲୋକସଭାରେ ଲେଖାନୁଦାନ ଆଗତ କରିବେ ଓ ନୂଆ ସରକାର ଆସିବା ପରେ ଜୁନ-ଜୁଲାଇ ବେଳକୁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ।
Powered by Froala Editor