ସୁରକ୍ଷାକୁ ନେଇ ପ୍ରଶ୍ନ : ପଂଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରୁ ଅଫୁଟା ବୋମା ଜବତ
ଚଣ୍ଡିଗଡ଼ସ୍ଥିତ ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାରୀ ବାସଭବନର କିଛି ଦୂରରୁ ଏକ ଅଫୁଟା ବୋମା ଜବତ ହୋଇଛି । ବୋମା ମିଳିବା ଖବର ପାଇବା ସହିତ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି । ଚଣ୍ଡିଗଡ଼ ପୋଲିସ, ବୋମା ସ୍କ୍ୱାର୍ଡ ଏବଂ କୁକୁର ସ୍କ୍ୱାର୍ଡଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏଥିସହିତ ଘଟଣା ସଂପର୍କରେ ସେନାକୁ ସୂଚନା ଦିଆଯାଇଛି । ସେନା ବୋମା ନିରୋଧକାରୀ ଦଳ ଏଠାରେ ପହଞ୍ଚିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ଓ ସୁରକ୍ଷା କର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି।
ଯେଉଁଠାରେ ବୋମା ମିଳିଛି ସେଠାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଘର ପାଖାପାଖି ୨ କିଲୋମିଟର ଦୂରରେ ଅବସ୍ଥିତ। ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍ ଠାରୁ ଏହି ସ୍ଥାନ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
Powered by Froala Editor