୩ ହିନ୍ଦୁ ପରିବାର ଉପରେ ଆତଙ୍କୀ ଆକ୍ରମଣ, ୪ ମୃତ

ନୂଆବର୍ଷରେ ଜମ୍ମୁରେ ୩ ହିନ୍ଦୁ ପରିବାର ଉପରେ ଆତଙ୍କୀ ଆକ୍ରମଣ । ରାଜୌରୀର ଡାଙ୍ଗ୍ରି ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ୩ଟି ପରିବାର ଲୋକଙ୍କ ଉପରେ ଗୁଳି ଚଳାଇଛନ୍ତି ଆତଙ୍କବାଦୀ ।
ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ପହଂଚି ଖାନତଲାସି ଚଳାଇଛନ୍ତି । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସୁରକ୍ଷା ବ୍ୟବସ୍ଥା ସୁଧୁରିଥବା କେନ୍ଦ୍ର ସରକାର କହିଆସୁଛନ୍ତି । ହେଲେ ଏପରି ଆତଙ୍କବାଦୀ ଆକ୍ରମଣ ଏହି ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ହିନ୍ଦୁମାନଙ୍କ ହତ୍ୟାକୁ ବିରୋଧ କରି ରଜୌରୀ ବନ୍ଦ ଡାକରା ଦେଇଛନ୍ତି ସନାତନ ଧର୍ମ ସଭା ।
Powered by Froala Editor