ଯୁବତୀଙ୍କୁ ବିଚ୍ ରାସ୍ତାରେ ଘୋଷାଡ଼ି ନେଲା ଚଳନ୍ତା କାର

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଘଟିଛି ଛାତିଥରା ଘଟଣା। ଯୁବତୀଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଯାଏଁ ଘୋଷାଡ଼ି ନେଲା ଚଳନ୍ତା କାର। କିଛି ମଦ୍ୟପ ଯୁବକଙ୍କ ଏଭଳି ବର୍ବୋରଚିତ କାଣ୍ଡରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗତକାଲି ସକାଳେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଥିଲା ଏହି ଘଟଣା। ଦିଲ୍ଲୀରେ ରହୁଥିବା ସଂପୃକ୍ତ ଯୁବତୀ ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ଯୁବତୀ ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର।
ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍ରେ ଲାଖି ରହିଥିଲା। କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି।
Powered by Froala Editor