ଯୁବକଙ୍କ ରକ୍ତ।କ୍ତ ମୃତଦେହ ଉଦ୍ଧାର
ବଲାଙ୍ଗୀର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଦୁଆନପାଲି ଗାଁରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଜଣର ନାମ ଗାନ୍ଧୀ ଷାଣ୍ଢ ବୋଲି ଜଣାପଡିଛି । ଯେଉଁଠି ଯୁବକଙ୍କ ମୃତଦେହ ପଡିଛି, ତା’ ସାମ୍ନାରେ ତାର ପ୍ରେମିକାଙ୍କ ଘର ଥିବା କୁହାଯାଉଛି । ହେଲେ ଏହା ହତ୍ୟା ନାଁ ଆତ୍ମହତ୍ୟା ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ଘଟଣା ପରେ ମୃତକଙ୍କ ଅଜା ତାଙ୍କ ନାତିକୁ ଛୁରି ଭୂସି ହତ୍ୟା କରାଯାଇଥିବା କହୁଥିବା ବେଳେ ମୃତ ଯୁବକ ଜଣକ ନିଜେ ଛୁରି ଭୂସି ହୋଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।
ଖବରପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ଯୁବକଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କକୁ ନେଇ ପୂର୍ବରୁ ରହିଥିବା ବିବାଦ ବୋଲି ପୁଲିସ ଜାଣିବାକୁ ପାଇଛି ।
Powered by Froala Editor