୩ ବର୍ଷର ଶିଶୁକୁ ଟ୍ରେନ୍ ଲାଇନରେ ଠେଲିଦେଲା ମହିଳା
ଜଣେ ୩ ବର୍ଷର ଶିଶୁ ମା’ ସହ ପ୍ଲାଟଫର୍ମରେ ଠିଆ ହୋଇଥିଲା । ତାଙ୍କ ପଛରେ ବସିଥିବା ଜଣେ ମହିଳା କାହିଁକି କେଜାଣି ନିରିହ ଶିଶୁକୁ ଟ୍ରେନ୍ ଲାଇନକୁ ଠେଲିଦେଇଥିଲା । ହଠାତ୍ କିଛି ବୁଝିବା ଆଗରୁ ଏ ଘଟଣା ସମସ୍ତଙ୍କୁ ଯେମିତି ସ୍ତବ୍ଧ କରିଦେଇଥିଲା । ତେବେ ସୌଭାଗ୍ୟବଶତଃ ଟ୍ରେନ୍ ଲାଇରେ ଟ୍ରେନ୍ ଆସୁନଥିବାରୁ ଶିଶୁର ଜୀବନ ବଞ୍ଚିଯାଇଛି ।ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ଦେଖୁଛନ୍ତି ତାଙ୍କ ଲୋମମୂଳ ଟାଙ୍କୁରି ଉଠୁଛି। ଭିଡିଓଟି ଆମେରିକାର ପୋର୍ଟଲ୍ୟାଣ୍ଡ ସହରର ବୋଲି କୁହାଯାଉଛି।
ଭାଇରାଲ ହେଉଥିବା ସିସିଟିଭ ଫୁଟେଜରେ ଦେଖିବାକୁ ମିଳୁଛି,ଜଣେ ନିର୍ଦୟ ମହିଳା ଜଣେ ତିନିବର୍ଷର ଶିଶୁକୁ ରେଳ ଧାରଣାକୁ ଠେଲି ଦେଉଛନ୍ତି। ଭିଡିଓରୁ ଦେଖି ଲାଗୁଛି କି ମହିଳା ଜଣକ ଶିଶୁ ଜଣକୁ ମାରିବାକୁ ଚାହୁଁଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ଏହି ସମୟରେ ଧାରଣାରେ ଟ୍ରେନ ଆସୁ ନଥିବାରୁ, ଶିଶୁର ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣା ପରେ ପୁଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କୁ ଗିରଫ କରିଛି।
Powered by Froala Editor