ଋଷଭଙ୍କୁ ବଞ୍ଚାଇଥିବା ଡ୍ରାଇଭର ଓ କଣ୍ଡକକ୍ଟର ସମ୍ମାନିତ : ଡ୍ରାଇଭର କହିଲେ ‘ମୁଁ ତାଙ୍କୁ ଜାଣିନଥିଲି କ୍ରିକେଟର ବୋଲି’

ଶୁକ୍ରବାର ରୁର୍କି ନିକଟରେ ଭାରତୀୟ କ୍ରିକେଟ ଟିମ୍ର ତାରକା ଋଷଭ ପନ୍ତଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ସେଠାରେ ବସ୍ ଡ୍ରାଇଭର ସୁଶୀଲ କୁମାର ଏବଂ କଣ୍ଡକ୍ଟର ପରମଜିତ ପ୍ରଥମେ ପହଞ୍ଚିଥିଲେ। ଦୁହେଁ ଦେବଦୂତ ଭଳି ପନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଇଥିଲେ। ଏଭଳି ମହାନ କାର୍ଯ୍ୟକୁ ନେଇ ଏହି ଦୁଇଜଣଙ୍କୁ ସମ୍ମାନିତ କରାଯାଇଛି। ଦୁହେଁ ମାନବିକତା ରଖି ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନଙ୍କର ସମ୍ମାନ ନିଶ୍ଚିତ ଭାବେ କରିବା ଉଚିତ ବୋଲି ସରକାର କହିଛନ୍ତି। ଉତ୍ତରାଖଣ୍ଡ ସରକାର ମଧ୍ୟ ଉଭୟଙ୍କୁ ସମ୍ମାନିତ କରିବେ ବୋଲି ଘୋଷଣା କରିଛନ୍ତି।
ହରିୟାଣା ରୋଡ୍ୱେଜ୍ର ବସ୍ ଡ୍ରାଇଭର୍ ସୁଶୀଳ ମାନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ କ୍ରିକେଟ୍ ଖେଳ ଦେଖେ ନାହିଁ। ତେଣୁ, ଋଷଭ କିଏ ମୁଁ ଜାଣି ନ ଥିଲି। କିନ୍ତୁ, ବସ୍ରେ ଥିବା ଅନ୍ୟମାନେ ତାଙ୍କୁ ଚିହ୍ନି ପକାଇଲେ।
ଋଷଭଙ୍କୁ କାର୍ରୁ ବାହାର କରିବା ପରେ କାର୍ରେ ଅନ୍ୟ କେହି ଅଛନ୍ତି କି, ନାହିଁ ଜାଣିବାକୁ ମୁଁ ତୁରନ୍ତ କାର୍ ଭିତରେ ଖୋଜିପକାଇଲି। କାର୍ରେ ଅନ୍ୟ କେହି ନ ଥିଲେ। ଗୋଟାଏ ନୀଳ ବ୍ୟାଗ୍ ପାଇଲି। ସେଥିରେ ୭/୮ ହଜାର ଟଙ୍କା ଥିଲା। ତାକୁ ନେଇ ମୁଁ ଆମ୍ବୁଲାନ୍ସ୍ରେ ଥିବା ଋଷଭଙ୍କୁ ଦେଇଦେଲି।
ହରିୟାଣା ରୋଡ୍ୱେଜ୍ର ପାନିପଥ ଡିପୋର ଜେନେରାଲ୍ ମ୍ୟାନେଜର୍ କୁଳଦୀପ ଜାଙ୍ଗ୍ରା ‘ପିଟିଆଇ’କୁ କହିଛନ୍ତି, ସେମାନେ ପାନିପଥକୁ ଫେରିବା ପରେ ଆମ ଅଫିସ୍ରେ ସେମାନଙ୍କୁ ପ୍ରଶଂସା ପତ୍ର ଓ ଫଳକ ପ୍ରଦାନ କରିଛୁ।
Powered by Froala Editor