ବାନ୍ଦ୍ରା ମାଉଣ୍ଟ ମେରି ଚର୍ଚ୍ଚକୁ ଧମକପୂର୍ଣ୍ଣ ଇମେଲ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଇଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୫୦୫ (୩) ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରଥମ ଇମେଲ ପରେ ଆଉ ଏକ ଇମେଲ ମିଳିିଥିଲା। ଯେଉଁଥିରେ ପ୍ରଥମ ଧମକପୂର୍ଣ୍ଣ ଇମେଲ ପଠାଇଥିବା ଶିଶୁର ମା' ବୋଲି ନିଜକୁ ଦାବି କରିଥିଲେ। ଏଥିସହ ଶିଶୁର ମା' କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ପୋଲିସ କହିଛି। ତାଙ୍କ ଶିଶୁ ମାନସିକ ସ୍ତରରେ ଅସୁସ୍ଥ, ତେଣୁ ସେ ଏପରି ବାର୍ତ୍ତା ପଠାଇଛନ୍ତି ବୋଲି ମହିଳା ଜଣକ କହିଛନ୍ତି। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ଜଣେ ଅଧିକାରୀଙ୍କ କହିବା ଅନୁସାରେ, ମାଉଣ୍ଟ ମେରି ଚର୍ଚ୍ଚ ଅଫ୍ ବାନ୍ଦ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ମିଳିବା ପରେ ମୁମ୍ବାଇ ପୁଲିସ ଅଜ୍ଞାତ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରହିଛି।
Powered by Froala Editor