ଡ୍ରାଇଭରଙ୍କ ସାହାସିକତା : ବଞ୍ଚାଇଦେଲେ ରିଷଭଙ୍କ ଜୀବନ
କ୍ରିକେଟର ରିଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ବସ ଡ୍ରାଇଭର । ଡ୍ରାଇଭର ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେବାର ବ୍ୟବସ୍ଥା କରିଥିଲେ । ପ୍ରଥମେ ଡ୍ରାଇଭର ବସ୍ ରୋକି ପନ୍ତଙ୍କୁ କାର୍ଠାରୁ ଦୂରକୁ ନେଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ପହଞ୍ଚାଇଥିଲେ।
ପନ୍ତ ନିଜର ମର୍ସଡିଜ୍ କାର୍ ନିଜେ ଚଲାଇ ରୁର୍କିରେ ଥିବା ନିଜ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ନିଦ ଲାଗିବାରୁ କାର୍ଟି ଡିଭାଇଡରର ପିଟିହୋଇ ଜଳି ଯାଇଥିଲା। ପନ୍ତ ନିଜେ କାର୍ର ଓ୍ବିଣ୍ଡ ସ୍କ୍ରିନ ଭାଙ୍ଗି ବାହାରକୁ ଆସିଥିଲେ। ହେଲେ ବସ୍ ଡ୍ରାଇଭର ସୁଶୀଲ ହିଁ ତାଙ୍କ ପାଖରେ ପ୍ରଥମେ ପହଞ୍ଚିଥିଲେ।
ଡ୍ରାଇଭର ସୁଶୀଲ କୁମାରଙ୍କ କହିବା ଅନୁଯାୟୀ, ପନ୍ତ ତାଙ୍କ କାର ତଳେ ପଡିଥିଲେ ଏବଂ କାରଟି ଜଳିବା ଆରମ୍ଭ କରିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେ ଦେଖି ଭାବିଥିଲେ କି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଆଉ ବଞ୍ଚି ନଥିବେ । ସେପଟେ ସୁଶୀଲ କାର ନିକଟକୁ ଯାଇଥିଲେ । ଏବେ ଉଦ୍ଧାର ସମୟରେ ଜାଣିବାକୁ ପାଇଥିଲେ ସେ ଭାରତୀୟ କ୍ରିକେଟର ଋିଷଭ ପନ୍ତ । କାର ଭିତରେ ଆଉ କିଏ ଅଛନ୍ତି କି ନାହାଁନ୍ତି ବୋଲି ପରେ ତାଙ୍କୁ ପଚାରିଥିଲେ ଏବଂ ଏକାକୀ କାର ଚଳାଇ ଆସୁଥିବା ବସ ଡ୍ରାଇଭରଙ୍କୁ କହିଥିଲେ କ୍ରିକେଟର ପନ୍ତ ।
Powered by Froala Editor