ପ୍ରଦୂଷଣ ରୋକିବାକୁ ରେଳବାଇର ପଦକ୍ଷେପ : ନୂଆବର୍ଷରୁ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍

ନୂଆବର୍ଷରେ ଦେଶରେ ପ୍ରଥମ ଥର ପାଇଁ ହାଇଡ୍ରୋଜେନ ଦ୍ବାରା ପରିଚାଳିତ ଟ୍ରେନ ଯାତାୟତ କରିବ । ଜଳବାୟୁ ପରିବର୍ତ୍ତନ ଓ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଭାରତୀୟ ରେଳବାଇ ଏହି ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ କରୁଥିବା ଡିଜେଲ ଇଞ୍ଜିନ ସ୍ଥାନରେ ଏହି ହାଇଡ୍ରୋଜେନ ଟ୍ରେନ ଯାତାୟତ କରିବ । ତେବେ ଦୈନିକ ଚଳାଚଳ କରୁଥିବା ଟ୍ରେନଠାରୁ ଏହା ସାମାନ୍ୟ ଛୋଟ ରହିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରେଳ ବିଭାଗ ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଳ । ଇନ୍ଧନ ଚାଳିତ ଟ୍ରେନ୍ ଗୁଡିକ ସେହି ରୁଟ୍ ପାଇଁ ସର୍ବୋତ୍ତମ ରହିବ ଯେଉଁଠି ବିଦ୍ୟୁତ ସଂଯୋଗ ନାହିଁ । ଜର୍ମାନୀ ଏହି ଦିଗରେ ପଦକ୍ଷେପ ନେଇଛି । ଚଳିତ ବର୍ଷ ଅଗଷ୍ଟରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଜର୍ମାନୀ 'କୋରାଡିଆ ଦ୍ୱୀପ'ରେ ଗଡିଥିଲା । ଏହାକୁ ଏଲଷ୍ଟମ୍ ଦ୍ୱାରା ଡିଜାଇନ୍ କରାଯାଇଛି । ତେଣୁ କିଛି ରେଳ କମ୍ପାନୀ ମିଳିତ ଜାତିସଂଘର 'ରେସ୍ ଟୁ ଜିରୋ' ଅନୁଯାୟୀ ୨୦୫୦ ସୁଦ୍ଧା କାର୍ବନ ମୁକ୍ତ ରେଳ ନିର୍ମାଣ ନେଇ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟତ ହାଇଡ୍ରୋଜେନ ଟ୍ରେନ ନିର୍ମାଣ ଲକ୍ଷ୍ୟରେ ରହିଛନ୍ତି ।
Powered by Froala Editor