ଋଷୀୟ ପର୍ୟ୍ୟଟକଙ୍କ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ରାୟଗଡ଼ା : ବହୁ ଚର୍ଚ୍ଚିତ ଋଷୀୟ ପର୍ୟ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍ ଆସିଛନ୍ତି। ସାଥୀରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସିଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ଭୋରରୁ ରାୟଗଡ଼ାରେ ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଆଇ.ବି.ଟିମ୍ ସହ ସାକ୍ଷାତ କରିଥିଲା। ଗତକାଲି ଅନୁସନ୍ଧାନ ପାଇଁ ଆଇ.ବି.ଟିମ୍ ରାୟଗଡ଼ା ଆସିଥିଲା। ଦୁଇ ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଟେଲରେ ଆଲୋଚନା ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ପୋଲିସ କାର୍ୟ୍ୟାଳୟ ଯାଇ ସେଠାରେ ଏସପି, ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି ପୋଲିସ ଗେଷ୍ଟ ହାଉସ ଠାରେ ଆଇଆଇସି ଓ ଅନ୍ୟ ତଦନ୍ତକାରୀ ଅଧିକାରୀ ସହିତ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲରେ କେତେବେଳେ ପହଞ୍ଚିବେ ତାହା ଜଣାପଡ଼ିନାହିଁ।
Powered by Froala Editor