ଡିଭାଇଡର୍ରେ ପିଟିହେଲା ଋଷଭ ପନ୍ତଙ୍କ ଗାଡି

ନୂଆଦିଲ୍ଲୀ:ଭରତୀୟ ଅନ୍ତର୍ଜାତୀୟ କ୍ରିକେଟ ଟିମ୍ର ତାରକା ଖେଳାଳୀ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେ ଯାତ୍ରାକରୁଥିବା କାର୍ ଡିଭାଇଡର୍ରେ ପିଟିହେବା ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଛି ।ତାଙ୍କର ଗୋଡ ସହ ଶରୀରର ବିଭିନ୍ନସ୍ଥାନ ଗୁରୁତର ଆଘାତ ହୋଇଥିବା ସୂଚନା ମିଳିଛି ।
କାର୍ଟି ଦୁର୍ଘଟଣାପରେ ସମ୍ପୂର୍ଣ୍ଣ ଜଳିଯାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବରପ୍ରକାଶିତ ହୋଇଛି ।ରୁଡୁକି ଫେରିବା ସମୟରେ ରୁଡୁକି ଗୁରୁକୂଳ ନାରସନ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କର ସୂଚନା ଅନୁସାରେ ତାଙ୍କର ଶରୀରରେ ଗୁରୁତର ଆଘାତ ଲାଗିଛି । ବିଭିନ୍ନ ସ୍ଥାନର ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି । ଋଷଭଙ୍କ ମୁଣ୍ଡ ଗୋଡ ସହ ସାରା ଶରୀରରେ ଆଘାତର ଚିହ୍ନ ରହିଛି । ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor