ରାଜ୍ୟରେ ଆଉ ୧୧୪୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୪୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୪୩୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୦୫୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯ରେ ପହଁଚିଛି । ସମ୍ପ୍ରତି ୧ ଲକ୍ଷ ୬୮୧୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୮୬୭, ବାଲେଶ୍ୱରରେ ୫୨୪, ବରଗଡ଼ରେ ୩୯୫, ଭଦ୍ରକରେ ୧୩୪, ବଲାଙ୍ଗୀରରେ ୨୯୪, ବୌଦ୍ଧରେ ୩୧୩, କଟକରେ ୧୧୦୭, ଦେବଗଡ଼ରେ ୧୧୪, ଢେଙ୍କାନାଳରେ ୨୫୧, ଗଜପତିରେ ୮୬, ଗଞ୍ଜାମରେ ୨୨୮, ଜଗତସିଂହପୁରରେ ୩୨୫, ଯାଜପୁରରେ ୩୭୮, ଝାରସୁଗୁଡ଼ାରେ ୨୪୭, କଳାହାଣ୍ଡିରେ ୨୦୫, କନ୍ଧମାଳରେ ୧୦୧, କେନ୍ଦ୍ରାପଡ଼ାରେ ୨୦୪, କେନ୍ଦୁଝରରେ ୧୯୩, ଖୋର୍ଦ୍ଧାରେ ୧୪୯୭, କୋରାପୁଟରେ ୨୬୬, ମାଲକାନାଗିରିରେ ୧୧୦, ମୟୂରଭଞ୍ଜରେ 538, ନବରଙ୍ଗପୁରରେ ୩୪୬, ନୟାଗଡ଼ରେ ୩୮୨, ନୂଆପଡ଼ାରେ ୧୫୨, ପୁରୀରେ ୪୨୪, ରାୟଗଡାରେ ୨୩୩, ସମ୍ବଲପୁରରେ ୩୯୩, ସୋନପୁରରେ ୨୨୭, ସୁନ୍ଦରଗଡ଼ରେ ୭୦୩ ଓ ରାଜ୍ୟ ପୁଲରେ ୨୬୧ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor