ଏହି ୬ ଦେଶ ପାଇଁ ଲାଗୁ ହେଲା ନିୟମ : କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

୨୦୨୩ ଜାନୁଆରୀ ୧ରୁ ଦେଶରେ ଲାଗୁ ହେବ ନୂଆ ନିୟମ। ଚାଇନା ଓ ଅନ୍ୟ ୫ ଦେଶରୁ ଆସୁଥିବା ଲୋକମାନଙ୍କୁ ଏଣିକି ନିଜର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ଦେଖାଇବାକୁ ପଡ଼ିବ। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଚୀନ୍, ହଙ୍ଗକଙ୍ଗ, ସିଙ୍ଗାପୁର, ଥାଉଲାଣ୍ଡ, ଦକ୍ଷିଣ କୋରିଆ ଏବଂ ଜାପାନରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ବାଧ୍ୟତାମୂଳକ କରାଯାଇଛି ।
ଯେଉଁ ଯାତ୍ରୀ ବି ଏହି ସବୁ ଦେଶରୁ ଆସିବେ ତେବେ ଯାତ୍ରା ପୂର୍ବରୁ ନିଜର RT-PCR ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ । ଭାରତରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ନିକଟରେ ମାମଲାରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି । ୨୪ ଘଣ୍ଟାରେ କରୋନା ସଂକ୍ରମିତ ନୂଆ ରୋଗୀଙ୍କ ସଂଖ୍ୟା ୨୬୮ ରେକର୍ଡ କରାଯାଇଛି, ଯାହାକି ଗୋଟେ ଦିନ ପୂର୍ବେ ୧୮୮ ଥିଲା । କାଳେ ସଂକ୍ରମଣ ବ୍ୟାପିବ, ସେଥିପାଇଁ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
Powered by Froala Editor