ରାହୁଲଗାନ୍ଧୀଙ୍କୁ ସୁରକ୍ଷା ଦିଆଯିବା ସତ୍ତ୍ୱେ ସେ ୧୧୩ ଥର ପ୍ରୋଟୋକୋଲ ଭାଙ୍ଗିଛନ୍ତି
କଂଗ୍ରେସ ନେତା ରାହୁଲ ଗାନ୍ଧି ୧୧୩ ଥର ନିରାପତ୍ତା ଗାଇଡ୍ଲାଇନ୍ ଉଲ୍ଲଂଘନ କରିଛନ୍ତି । କେନ୍ଦ୍ରର ଅର୍ଦ୍ଧସାରମରିକ ବଳ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି।
କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନିଗୋପାଲ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ରାହୁଲ ଗାନ୍ଧିଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଚଠି କରିଥିଲେ। ଯେତେବେଳେ ଭାରତଯୋଡ଼ୋ ଯାତ୍ରା ଦିଲ୍ଲୀ ପ୍ରବେଶ କରିଥିଲା ଦିଲ୍ଲୀ ପୁଲିସ ସୁରକ୍ଷା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଚିଠିରେ ଦର୍ଶାଯାଥିଲା। ଏହି ଚିଠି ପରେ କେନ୍ଦ୍ରର ଅର୍ଦ୍ଧସାମରିକ ବଳ ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖାଯାଇଛି।
ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥା ସିଆରପିଏଫ ପକ୍ଷରୁ ଯୋଗାଇ ଦିଆଯାଇଛି। ରାଜ୍ୟ ପୁଲିସର ସହଯୋଗରେ କେନ୍ଦ୍ରୀୟ ସୁରକ୍ଷାବଳ ତାଙ୍କ ନିରାପତ୍ତା ଉପରେ ଯଥେଷ୍ଟ ନିଘା ରଖିଛନ୍ତି। ତାଙ୍କ ପାଇଁ ଯଥେଷ୍ଟ ପୁଲିସ କର୍ମଚାରୀ ନିୟୋଜିତ କରାଯାଇଛି। ତାଙ୍କ ସୁରକ୍ଷାରେ ଆଦୌ ତ୍ରୁଟି କରାଯାଇ ନାହିଁ। ଡିସେମ୍ବର ୨୨ ତାରିଖ ଦିନ ସବୁ ପକ୍ଷଙ୍କର ‘ଆଡ୍ଭାନ୍ସ୍ଡ୍ ସିକ୍ୟୁରିଟି ଲିଆସନ୍’ (ଏଏସ୍ଏଲ୍) କରାଯାଇଥିଲା। ସମସ୍ତ ନିରାପତ୍ତା ଗାଇଡ୍ଲାଇନ୍ ନିଷ୍ଠାପରଭାବେ ପାଳନ କରାଯାଇଥିଲା। ଦିଲ୍ଲୀ ପୁଲିସ ମଧ୍ୟ ସୂଚନା ଦେଇଥିଲା ଯେ, ଯଥେଷ୍ଟ ସଂଖ୍ୟକ ନିରାପତ୍ତା କର୍ମଚାରୀ ମୁତୟନ କରାଯାଇଛି।
ତେବେ ଡିସେମ୍ବର ୨୪ରେ ହୋଇଥିବା ରାଲିରେ ରାହୁଲ ବାରମ୍ବାର ସୁରକ୍ଷା ପ୍ରୋଟୋକଲ ଭଙ୍ଗ କରିଥିବା ସିଆରପିଏଫ କହିଛି। ୨୦୨୦ଠାରୁ ରାହୁଲ ଗାନ୍ଧି ୧୧୩ ଥର ସୁଚକ୍ଷା ପ୍ରୋଟୋକଲ ଭାଙ୍ଗିଥିବା ସିଆରପଥଏଫ ପକ୍ଷରୁ କୁହାଯାଇଛି।
Powered by Froala Editor