ସୁଖୋଇ ବିମାନରୁ ବ୍ରହ୍ମୋସ୍ର ସଫଳ ପରୀକ୍ଷଣ, ମାରକ ଦୂରତା ୪୦୦ କିଲୋମିଟର

ଭାରତୀୟ ବାୟୁସେନା ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୁଖୋଇ-୩୦ ଯୁଦ୍ଧ ବିମାନରୁ ସ୍ଥଳ ଓ ସମୁଦ୍ର ପଥରେ ଟାର୍ଗେଟକୁ ହିଟ୍ କରିପାରୁଥିବା ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ବାୟୁସେନା କରିଛି। ଏହି ବ୍ରହ୍ମସର ମାରକ ଦୂରତା ୪୦୦ କିଲୋମିଟର।
ଚଳିତ ବର୍ଷ ମେ’ ମାସରେ ସୁଖୋଇ ଯୁଦ୍ଧ ବିମାନରୁ ସୁପରସୋନିକ୍ କ୍ଷେପଣାସ୍ତ୍ରର ଏକ୍ସଟେଣ୍ଡ ରେଞ୍ଜକୁ ପରୀକ୍ଷଣ କରାଯାଇଥିଲା। ସେତେବେଳେ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୨୯୦ କିମିରୁ ୩୫୦ କିମିକୁ ବଢ଼ିଥିଲା। ଏବେ ଏହାକୁ ୪୦୦ କିମିକୁ ବଢ଼ିଛି। ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସୁ-୩୦ଏମକେଆଇ ବିମାନରେ ଖଞ୍ଜା ହେବା ପରେ ଏହି କ୍ଷେପଣାସ୍ତ୍ରର ମାରକ ଦୂରତା ବୃଦ୍ଧି ପାଇଛି ।
ବ୍ରହ୍ମୋସ ସୁପରସୋନିକ ମିସାଇଲକୁ ସ୍ୱଦେଶୀ ଜ୍ଞାନକୌଶଲ ଦ୍ୱାରା ଭାରତରେ ବିକଶିତ କରାଯାଇଛି। ଏଥିରେ ରାମଜେଟ୍ ଇଞ୍ଜିନର ବ୍ୟବହାର କରାଯାଇଥିବାରୁ ମିସାଇଲ ବେଗ ଅଧିକ ରହିବ। ବ୍ରହ୍ମୋସ ମିସାଇଲ ଆକାଶପଥରେ ମାର୍ଗ ବଦଳାଇବାରେ ସକ୍ଷମ। ଏହି ମିସାଇଲକୁ କୌଣସି ଟାର୍ଗେଟ ସହଜରେ ଚକମା ଦେଇପାରିବେନି।
Powered by Froala Editor